Breaking News
ରାଜନୀତି

ଦୁଃଖଦ ଘଟଣାର ସପ୍ତାହ ପରେ ମୃତକଙ୍କ ପରିବାର ସହ କଥା ହେଲେ ଥଲପତି ବିଜୟ

ଦୁଃଖଦ ଘଟଣାର ସପ୍ତାହ ପରେ ମୃତକଙ୍କ ପରିବାର ସହ କଥା ହେଲେ ଥଲପତି ବିଜୟ

ନୂଆଦିଲ୍ଲୀ: କରୁରରେ ସେପ୍ଟେମ୍ବର ୨୭, ୨୦୨୫ରେ, ଅଭିନେତାରୁ ରାଜନେତା ପାଲଟିଥିବା ଥଲପତି ବିଜୟଙ୍କ ଏକ ରାଲିର ଆୟୋଜନ କରାଯାଇଥିଲା। ଏହି ସମୟରେ ଦଳାଚକଟା ଘଟି ୪୧ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୬୦ ରୁ ଅଧିକ ଆହତ ହୋଇଥିଲେ। ଏହି ଦୁଃଖଦ ଘଟଣାର ଗୋଟିଏ ସପ୍ତାହ ପରେ, ବିଜୟ ମଙ୍ଗଳବାର ଭିଡିଓ କଲ୍ ମାଧ୍ୟମରେ ପୀଡିତ ପରିବାର ସହିତ ଯୋଗାଯୋଗ କରିଥିବା ଜଣାଯାଇଛି। କୁହାଯାଉଛି ‌ଯେ, କଥା ହେବା ସମୟରେ ସେ ମୃତକଙ୍କ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେଇଥିଲେ ଏବଂ ଆଶ୍ୱାସନା ଦେଇଥିଲେ ଯେ,‌ ସେଶୀଘ୍ର କରୁର ଗସ୍ତ କରିବେ। ଭେଲୁସାମ୍ୟପୁରମର କରୁର-ଏରୋଡ୍ ହାଇୱେରେ ଅନୁଷ୍ଠିତ ଏହି ରାଲିରେ ୧୦,୦୦୦ ଲୋକଙ୍କୁ ଅନୁମତି ଥିଲା। କିନ୍ତୁ ବିଜୟଙ୍କୁ ଦେଖିବା ପାଇଁ ୨୫,୦୦୦ ରୁ ୩୦,୦୦୦ ଲୋକଙ୍କ ଭିଡ଼ ଜମା ହୋଇଥିଲା। ବିଜୟଙ୍କ ଆସିବା ସମୟ ଦିନ ୧୨ଟାରେ ଥିବା ସତ୍ତ୍ୱେ, ସେ ସନ୍ଧ୍ୟା ୭ଟାରେ ପହଞ୍ଚିଥିଲେ, ଯାହା ଦ୍ବାରା ସକାଳୁ ଅପେକ୍ଷା କରିଥିବା ଭିଡ଼ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ। ଗରମ, ପାଣି ନମିଳିବା ଏବଂ ଖାଦ୍ୟର ଅଭାବ ଯୋଗୁଁ ଅନେକ ଲୋକ ଅଚେତ୍ ହୋଇଯାଇଥିଲେ। ବିଜୟଙ୍କ ପ୍ରଚାର ବସ୍ ଆସିବା ମାତ୍ରେ ଉତ୍ତେଜିତ ସମର୍ଥକମାନେ ପରସ୍ପରକୁ ଧକ୍କା ମାରି ଗଛ, ଛାତ ଏବଂ ବିଦ୍ୟୁତ୍ ତାର ଉପରେ ଚଢ଼ିଥିଲେ। ଏହା ପରେ ବିଦ୍ୟୁତ୍ ବିଭ୍ରାଟ ଏବଂ ସଂକୀର୍ଣ୍ଣ ସ୍ଥାନ ପରିସ୍ଥିତିକୁ ଆହୁରି ଖରାପ କରିଦେଇଥିଲା। ମୃତକମାନଙ୍କ ମଧ୍ୟରୁ ଅଧିକାଂଶ ୧୮-୩୦ ବର୍ଷ ବୟସର ଯୁବକ, ମହିଳା ଏବଂ ପିଲା ଥିଲେ।

Related Post