Breaking News
ଖେଳ

ଶ୍ରୀଲଙ୍କା ବିପକ୍ଷରୁ ଭାରତର ଅଭିଯାନ

ଶ୍ରୀଲଙ୍କା ବିପକ୍ଷରୁ ଭାରତର ଅଭିଯାନ

ଗୁଆହାଟୀ: ଗୋଟିଏ ଦଶନ୍ଧି ପରେ ଭାରତ ପ୍ରଥମ ଥର ଲାଗି ମହିଳା କ୍ରିକେଟ୍‌ ବିଶ୍ବକପ୍‌ ଆୟୋଜନ କରୁଛି। ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ଭଲ ନଥିବାରୁ ଏହି ବିଶ୍ବକପ୍‌ର କିଛି ମ୍ୟାଚ୍‌ ହାଇବ୍ରିଡ୍‌ ମଡେଲ୍‌ରେ ଶ୍ରୀଲଙ୍କାରେ ଖେଳାଯିବ। ଭାରତ ପ୍ରଥମ ଥର ନିଜ ଘରେ ବିଶ୍ବକପ୍‌ ଖେଳିବାକୁ ଯାଉଥିବାରୁ ଟ୍ରଫି ଆଶାରେ ରହିଛି। ଏହି ପ୍ରତୀକ୍ଷିତ ବିଶ୍ବକପ୍‌ ମଙ୍ଗଳବାରଠୁ ଆରମ୍ଭ ହେବ। ‌ଗୁଆହାଟୀରେ ଖେଳାଯିବାକୁ ଥିବା ଉଦ୍‌ଘାଟନୀ ମୁକାବିଲାରେ ଭାରତ ସହ ଖେଳିବ ସହପ୍ରାୟୋଜକ ଶ୍ରୀଲଙ୍କା। ବିଶ୍ବକପ୍‌କୁ ନଜରରେ ରଖି ଚଳିତ ବର୍ଷ ୭ ଦଳ ବିପକ୍ଷରେ ୧୪ ଦିନିକିଆ ମ୍ୟାଚ୍‌ ଖେଳି ସାରିଛି। ଏହା ମଧ୍ୟରୁ ୧୦ଟି ବିଜୟ ଓ ୪ଟି ପରାଜୟ ପାଇଛି। ଏହା ଭିତରେ ଭାରତ କେବଳ ଗତ ସପ୍ତାହରେ ଅଷ୍ଟ୍ରେଲିଆଠୁ ଶୃଙ୍ଖଳା ହାରିଥିଲା। ଶ୍ରୀଲଙ୍କା ବିପକ୍ଷରେ ଭାରତର ପ୍ରଦର୍ଶନ ଭଲ ରହିଛି। ଉଭୟ ଦେଶ ୩୫ ମ୍ୟାଚ୍‌ ଖେଳିଥିଲା ବେଳେ ଭାରତ ୩୧ଟିରେ ଜିତି ଆଗରେ ରହିଛି। ତେଣୁ ହର୍ମନପ୍ରୀତ କୌରଙ୍କ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ଭାରତ (ସମ୍ଭାବ୍ୟ ଏକାଦଶ): ପ୍ରତୀକା ରାୱଲ, ସ୍ମୃତି ମନ୍ଧାନା, ହର୍ଲିନ ଦେଓଲ, ହର୍ମନପ୍ରୀତ କୌର (ଅଧିନାୟକ), ଜେମିମା ରଡ୍ରିଗୁଏଜ, ଦୀପ୍ତି ଶର୍ମା, ରିଚା ଘୋଷ (ୱିକେଟ୍‌ରକ୍ଷକ), ‌ସ୍ନେହ ରାଣା, ରାଧା ଯାଦବ, କ୍ରାନ୍ତି ଗୌଡ଼, ରେଣୁକା ସିଂହ ଠାକୁର।ଶ୍ରୀଲଙ୍କା (ସମ୍ଭାବ୍ୟ ଏକାଦଶ): ହାସିନି ପେରେରା, ଚାମାରି ଆଟାପଟୁ (ଅଧିନାୟକ), ହର୍ଷିତା ସମରବିକ୍ରମା, ଭୀଷ୍ମୀ ଗୁଣରତ୍ନେ, ଅନୁଷ୍କା ସଂଜୀବନୀ (ୱିକେଟ୍‌ରକ୍ଷକ), କବୀଶା ଦିଲହରି, ଦେୱମୀ ବିହଙ୍ଗ, ପିଉମି ୱାଥସାଲା, ଅଚିତି କୁଳସୂର୍ଯ୍ୟ, ଉଦେଶିକା ପ୍ରବୋଧାନୀ, ମାଲକୀ ମାଦାରା।

Related Post