Breaking News
ରାଜନୀତି

ସବୁଜିମା ପାଇଁ ୪୫% ଅଞ୍ଚଳ: ରାଜ୍ୟ ସରକାରଙ୍କ ନୂଆ ସହର ପରିକଳ୍ପନା

ସବୁଜିମା ପାଇଁ ୪୫% ଅଞ୍ଚଳ: ରାଜ୍ୟ ସରକାରଙ୍କ ନୂଆ ସହର ପରିକଳ୍ପନା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରକୁ ଲାଗି ଆଉ ଏକ ନୂ୍ଆ ସହର ଗଢ଼ିବେ ରାଜ୍ୟ ସରକାର। ଗୁଜରାଟର ଢୋଲେରା ସହର ଭଳି ଏହାକୁ ଅତ୍ୟାଧୁନିକ ରୂପ ଦିଆଯିବ। ଯାହା ରାଜଧାନୀଠାରୁ ବି ଆହୁରି ଚାକଚକ୍ୟ ଓ ଅତ୍ୟାଧୁନିକ ଜ୍ଞାନକୌଶଳରେ ପରିପୂର୍ଣ୍ଣ ହେବ। କେବଳ ରହଣୀ ଉପଯୋଗ୍ୟ ନୁହେଁ, ବ୍ୟବସାୟର ବି ପ୍ରାଣକେନ୍ଦ୍ର କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ବିଶେଷ କରି ଆଇଟି କ୍ଷେତ୍ରର ବିକାଶକୁ ଏଠାରେ ପ୍ରାଧାନ୍ୟ ଦିଆଯାଇଛି। କିନ୍ତୁ ଦିଲ୍ଲୀ, ‌ବମ୍ବେ ଭଳି ବଡ଼ ବଡ଼ ସହରରେ ପରିବେଶଗତ ସମସ୍ୟାକୁ ନଜରରେ ରଖି ସବୁଜିମାକୁ ଏହି ପ୍ରକଳ୍ପରେ ବେଶ ଗୁରୁତ୍ବ ଦିଆଯାଇଛି। ପ୍ରକଳ୍ପ ପାଇଁ ଚିହ୍ନିତ ଅଞ୍ଚଳରେ ଥିବା ଜଙ୍ଗଲ ଜମିକୁ ସଂପୂର୍ଣ୍ଣ ସୁରକ୍ଷିତ ରଖାଯିବ। ପାର୍କ, ଗଛ ତଳେ ଛାୟାପ୍ରଦ ସ୍ଥାନ ଭଳି ଅନେକ ସୁବିଧା ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ନୂ୍ଆ ସହର(ନ୍ୟୁ ସିଟି) ପ୍ରକଳ୍ପ ପାଇଁ ଚିହ୍ନିତ ସ୍ଥାନରେ ୪୫ ପ୍ରତିଶତ କେବଳ ସବୁଜିମା ସହ ଖାଲି ଜାଗା ରଖିବାକୁ ନିଷ୍ପତ୍ତି ହୋଇଛି। ସେହି ଅନୁସାରେ ଯୋଜନାର ରୂପରେଖ ପ୍ରସ୍ତୁତ କରାଯାଉଛି। ଗୋଠପାଟଣା, ମଳିପଡ଼ା ଓ ଦାଶପୁରରେ ୭୮୯ ଏକର ଜାଗାରେ ପ୍ରସ୍ତାବିତ ନୂଆ ସହର ଗଢ଼ିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର।

Related Post