Breaking News
ରାଜନୀତି

ଔଷଧ କ୍ଷେତ୍ର ଉପରେ ୧୦୦% ଶୁଳ୍କ ଲାଗୁ କଲା ଆମେରିକା, ୫ ଦିନ ପରେ ହେବ ଲାଗୁ

ଔଷଧ କ୍ଷେତ୍ର ଉପରେ ୧୦୦% ଶୁଳ୍କ ଲାଗୁ କଲା ଆମେରିକା, ୫ ଦିନ ପରେ ହେବ ଲାଗୁ

ୱାସିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଶୁଳ୍କ ସମ୍ପର୍କିତ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଔଷଧ କ୍ଷେତ୍ର ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ଟ୍ରମ୍ପଙ୍କର ଏହି ‌ନିଷ୍ପତ୍ତି ଯୋଗୁଁ ଔଷଧଗୁଡ଼ିକ ଏବେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ ହୋଇଯିବ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ’ରେ ଏକ ପୋଷ୍ଟ ସେୟାର କରି ଟ୍ରମ୍ପ ଏହି ସୂଚନା ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ସେ ଔଷଧ ଉତ୍ପାଦ ଉପରେ ଶୁଳ୍କ ବୃଦ୍ଧି କରାଯାଉଛି। ତେବେ ଟ୍ରମ୍ପଙ୍କ ଏହି ପଦକ୍ଷେପ କାରଣରୁ ପ୍ରମୁଖ ଭାରତୀୟ ଔଷଧ ନିର୍ମାତାମାନଙ୍କ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇପାରେ। ଆମେରିକାରେ ‌ଅନେକଗୁଡ଼ିକ ଔଷଧ ନିର୍ମାତା କମ୍ପାନି ଭଲ ବଜାର ସୃଷ୍ଟି କରିପାରିଛନ୍ତି।  ସୋସିଆଲ ମିଡିଆ ପୋଷ୍ଟରେ, ଟ୍ରମ୍ପ କହିଛନ୍ତି, ଆମେ ୨୦୨୫ ଅକ୍ଟୋବର ୧ ତାରିଖ ଠାରୁ ଯେକୌଣସି ବ୍ରାଣ୍ଡେଡ୍ କିମ୍ବା ପେଟେଣ୍ଟ ଔଷଧ ଉତ୍ପାଦ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବୁ। ଯଦି କୌଣସି କମ୍ପାନି ପୂର୍ବରୁ ଏକ ଉତ୍ପାଦନ କାରଖାନା ସ୍ଥାପନ କରିସାରିଛି, ତେବେ ଏହା ଶୁଳ୍କ ଲାଗୁ ହେବ ନାହିଁ। ଡୋନାଲ୍ଡ ଟ୍ରମ୍ପ ଅନ୍ୟ ଏକ ପୋଷ୍ଟରେ କହିଛନ୍ତି, ଆମେ ୨୦୨୫ ଅକ୍ଟୋବର ୧ ତାରିଖ ଠାରୁ ରୋଷେଇ ଘର ଜିନିଷ, ବାଥରୁମ୍ ସାମଗ୍ରୀ ଏବଂ ସମ୍ବନ୍ଧିତ ଉତ୍ପାଦ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବୁ। ଏହା ସହିତ ଫର୍ଣ୍ଣିଚର ଉପରେ ୩୦ ପ୍ରତିଶତ ଶୁଳ୍କ ଲାଗୁ କରାଯିବ। ଏହାର ମୁଖ୍ୟ କାରଣ ହେଉଛି ଅନ୍ୟ ଦେଶଗୁଡ଼ିକ ଏପରି ଉତ୍ପାଦଗୁଡ଼ିକୁ ବହୁ ପରିମାଣରେ ଆମେରିକାକୁ ପଠାଉଛନ୍ତି।  

Related Post