Breaking News
ମନୋରଞ୍ଜନ

ରାଉରକେଲାରେ ପଥ ଉତ୍ସବ: ଓଲିଉଡ ତାରକାଙ୍କ କଣ୍ଠର ଯାଦୁରେ ଝୁମିଲେ ଦର୍ଶକ, ସ୍ଥାନୀୟ କଳାକାର ଦେଖାଇଲେ କଳା

ରାଉରକେଲାରେ ପଥ ଉତ୍ସବ: ଓଲିଉଡ ତାରକାଙ୍କ କଣ୍ଠର ଯାଦୁରେ ଝୁମିଲେ ଦର୍ଶକ, ସ୍ଥାନୀୟ କଳାକାର ଦେଖାଇଲେ କଳା

ରାଉରକେଲା: ଦୀର୍ଘ ଦୁଇ ବର୍ଷ ପରେ ସହରରେ ଆୟୋଜନ ହୋଇଛି ପଥ ଉତ୍ସବ। ରାଉରକେଲାବାସୀଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବା ପାଇଁ ସ୍ଵାୟତ୍ତ ଶାସନ ଦିବସ ଉପଲକ୍ଷେ ରାଉରକେଲା ମହାନଗର ନିଗମ ତରଫରୁ ପଥ ଉତ୍ସବ ଅନୁଷ୍ଠିତ ହୋଇଛି l ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରୁ ହନୁମାନ ବାଟିକା ଛକ ପର୍ଯ୍ୟନ୍ତ ଏହି ପଥ ଉତ୍ସବ ଅନୁଷ୍ଠିତ ହୋଇଥିଲା l ପଥ ଉତ୍ସବରେ ସବୁ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ପ୍ରକାରର ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ରହିଥିଲା l ଶିଶୁଙ୍କ ଠାରୁ ଆରମ୍ଭ କରି ଯୁବ ବର୍ଗ, ବରିଷ୍ଠ ନାଗରିକ, ମହିଳା ତଥା ଦିବ୍ୟାଙ୍ଗମାନଙ୍କ ଲାଗି ବିଭିନ୍ନ ପ୍ରକାରର କ୍ରିୟାକଳାପ ଦେଖାଇଛନ୍ତି l  ଯୋଗ, ଜୁମ୍ବା, ଶାସ୍ତ୍ରୀୟ ନୃତ୍ୟ ଠାରୁ ଆରମ୍ଭ କରି ଆଧୁନିକ ନୃତ୍ୟ ସହ ରଙ୍ଗୋଲି, ବାଲୁକା କଳା, ଡଗ୍ ସୋ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏଥିସହ ସ୍ଥାନୀୟ ରାସ୍ତା ପାର୍ଶ୍ଵ ବ୍ୟବସାୟୀ ତଥା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ଦ୍ଵାରା ସାଞ୍ଝା ଉତ୍ସବ ତଥା ଖାଦ୍ୟ ମେଳା ବେଶ ଆକର୍ଷଣ ସାଜିଛି l 

Related Post