Breaking News
ରାଜନୀତି

ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶୁଭେଚ୍ଛା

ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶୁଭେଚ୍ଛା

ଭୁବନେଶ୍ବର: ପବିତ୍ର ନୂଆଁଖାଇ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି,ଜୟ ଜଗନ୍ନାଥ ଜୟ ମାଁ ସମ୍‌ଲେଇ। "ସମ୍‌କୁ ମୋର ନୂଆଁଖାଇ ଜୁହାର୍" । ଓଡ଼ିଶାର ମହାନ୍ କୃଷିଭିତ୍ତିକ ଗଣ ପର୍ବ ନୂଆଁଖାଇର ଶୁଭ ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି ।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଆମର୍ ମହାନ୍ ସଂସ୍କୃତି ଆଉର୍ ପରମ୍ପରାର ବାର୍ତ୍ତା ବାହକ୍ ଆଏ ଇ ନୂଆଁଖାଇ ତିହାର୍ । ପରିବାର୍‌ ର ସଦସ୍ୟମାନେ ଦେଶ୍ ବିଦେଶ୍‌ ର ଯେନୁ ଭି ଥିଲେ ଇ ତିହାର୍ ଲାଗି ନିଜର୍ ନିଜର୍ ଗାଁ କେ ଘର୍ କେ ଫିର୍ଶନ। ପରିବାର୍ ର ସଭେ ଏକ୍ ହେଇ କରି ମିଶିକରି ନୂଆଁ ଖାଏସନ୍ । ମୁନୁଷ୍ ମୁନୁଷ୍ ଭିତରେ ସ୍ନେହ, ପ୍ରେମ୍, ଶ୍ରଦ୍ଧା, ସମ୍ମାନ୍ ର ଆଦାନ୍ ପ୍ରଦାନ୍ ଆର୍ ଭାଇଚାରା କେ ନେଇ କରି ଆଇସି ଆମର୍ ଇ ପରବ୍ ନୂଆଁଖାଇ ।      ଆମର୍ ପରମ୍ପରା ରେ ନୂଆଁଖାଇ ର ଯେତ୍‌କି ମହତ୍ତ୍ଵ ଅଛେ ସେତ୍‌କି ମହତ୍ତ୍ଵ ନୂଆଁଖାଇ ଭେଟଘାଟ୍ ର ଭି ଅଛେ । ପବିତ୍ର ନୂଆଁଖାଇ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି,ଜୟ ଜଗନ୍ନାଥ ଜୟ ମାଁ ସମ୍‌ଲେଇ। "ସମ୍‌କୁ ମୋର ନୂଆଁଖାଇ ଜୁହାର୍" । ଓଡ଼ିଶାର ମହାନ୍ କୃଷିଭିତ୍ତିକ ଗଣ ପର୍ବ ନୂଆଁଖାଇର ଶୁଭ ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।  ନୂଆଁ ଖାଇ ସାର୍ଲା ପରେ ସଭେ ସବ୍‌କୁ ଭେଟ୍ ହେବାର, ବଡ୍ ମାନଙ୍କୁ ନୂଆଁଖାଇ ଜୁହାର କର୍ବାର, ସମକର୍ ଭିତରେ ଭାବ୍ ପ୍ରେମ୍ ର ଆଦାନ୍ ପ୍ରଦାନ୍ କର୍ବାର୍ ଆର୍ ନାଚ୍ ଗୀତ୍ ଖାନା ପିନା ମୌଜ ମଜ୍ଲିସ କର୍ବାର ଇ ନୂଆଁଖାଇ ଭେଟଘାଟ୍ ର ଗୁଟେ ନିଆରା ପରମ୍ପରା ଆଏ । ୦୩୬ ତକ୍ ବିକଶିତ ଓଡ଼ିଶା ଆଉ ୨୦୪୭ ତକ୍ ବିକ୍‌ଶିତ୍‌ ଭାରତ ଗଠନ୍ ଲାଗି ସମସ୍ତେ ନିଜର୍ ନିଜର୍ ଦାୟିତ୍ୱ ଗ୍ରହଣ କରି ନିଜର୍ ନିଜର୍ କର୍ତ୍ତବ୍ୟ ପାଲନ୍ କରୁନ୍ ବୋଲି ଆଜି ଇ ଶୁଭ୍ ଦିନ୍ ରେ ଛାତ୍ର ଛାତ୍ରୀ ଯୁବକ୍ ଯୁବତୀ ଶ୍ରମିକ୍ କିଶାନ୍ ଜୱାନ୍ ସମ୍‌କୁ ଅନୁରୋଧ୍ କରୁଛେଁ ।

Related Post