Breaking News
ରାଜନୀତି

ବାପାଙ୍କ ପରେ ଡୋର ଧରିବେ ପୁଅ: ବିହାରର ଭବିଷ୍ୟତ ମୁଖ୍ୟମନ୍ତ୍ରୀଙ୍କୁ ନେଇ ରାଜନୈତିକ ଉଷ୍ଣତା ବଢ଼ିଲା

ବାପାଙ୍କ ପରେ ଡୋର ଧରିବେ ପୁଅ: ବିହାରର ଭବିଷ୍ୟତ ମୁଖ୍ୟମନ୍ତ୍ରୀଙ୍କୁ ନେଇ ରାଜନୈତିକ ଉଷ୍ଣତା ବଢ଼ିଲା

ପାଟନା:ନିର୍ବାଚନ କମିସନ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ବିହାର ନିର୍ବାଚନ ସମ୍ପର୍ରେ ଘୋଷଣା କରି ନାହାନ୍ତି। କିନ୍ତୁ ରାଜ୍ୟରେ ରାଜନୈତିକ ଉଷ୍ଣତା ଅନୌପଚାରିକ ଭାବରେ  ୨୦୨୫ ନିର୍ବାଚନ ନେଇ ଘୋଷଣା କରିଛି। ନିର୍ବାଚନୀ ପରିବେଶ ମଧ୍ୟରେ, ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ? ଏ ବିଷୟରେ ଆଲୋଚନା ମଧ୍ୟ ଜୋରଦାର ଆରମ୍ଭ ହୋଇଛି। ଏହି ସମୟରେ, ଜେଡିୟୁ କାର୍ଯ୍ୟାଳୟ ବାହାରେ ଏକ ପୋଷ୍ଟର ରାଜ୍ୟର ରାଜନୈତିକ ସ୍ଥିତିକୁ ସରଗରମ କରିଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାରଙ୍କୁ ନେଇ ବିହାର ରାଜନୀତିରେ ସସପେନ୍ସ ଜାରି ରହିଛି। ନିଶାନ୍ତ କୁମାର କେବେ ରାଜନୀତିରେ ପ୍ରବେଶ କରିବେ, ଏହା ହିଁ ଏକ ବଡ଼ ପ୍ରଶ୍ନ ହୋଇ ରହିଛି। ନିଶାନ୍ତ କୁମାର ଗଣମାଧ୍ୟମରେ ତାଙ୍କ ପିତା ନୀତିଶ କୁମାରଙ୍କ ପ୍ରଶଂସା କଲେ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଥାଏ। ବିରୋଧୀ ଦଳ ସଦସ୍ୟ କହିଥାନ୍ତି ନିଶାନ୍ତ ତାଙ୍କ ପିତା ନୀତିଶଙ୍କ ଦ୍ୱାରା ରାଜ୍ୟ ପାଇଁ  କରାଯାଇଥିବା କାମ ଉପରେ ଭୋଟ ମାଗୁଛନ୍ତି।ସୋମବାର ଦିନ ବିହାରର ରାଜଧାନୀ ପାଟନାରେ ଜନତା ଦଳ ୟୁନାଇଟେଡ୍(ଜେଡିୟୁ) ରାଜ୍ୟ କାର୍ଯ୍ୟାଳୟ  ବାହାରେ ନିଶାନ୍ତ କୁମାର ଏବଂ ତାଙ୍କ ପିତା ନୀତିଶ କୁମାରଙ୍କ ପୋଷ୍ଟର ଲଗାଯାଇଥିଲା । ଏହି ପୋଷ୍ଟରର ବିଶେଷ କଥା ହେଉଛି ନିଶାନ୍ତ କୁମାରଙ୍କୁ କର୍ପୁରୀ ଠାକୁରଙ୍କ ବିଚାରଧାରା ଏବଂ ନୀତିଶ କୁମାରଙ୍କ କାର୍ଯ୍ୟଶୈଳୀର ଉତ୍ତରାଧିକାରୀ ଭାବରେ ବର୍ଣ୍ଣନା କରାଯାଇଛି।
ଜେଡିୟୁ କାର୍ଯ୍ୟାଳୟ ବାହାରେ ଥିବା ପୋଷ୍ଟରରେ ଲେଖା ଅଛି,ସଚ୍ଚୋଟତା ଏବଂ ଜନସେବାର ଏକ ନୂତନ ପିଢ଼ି। ଜନସେବାର ଐତିହ୍ୟ ଏବେ ଆଗକୁ ବଢ଼ିବ। ବିକାଶ ପୁରୁଷଙ୍କ ପୁଅ ହେଉଛନ୍ତି ବିହାରର ଭବିଷ୍ୟତ, ନିଶାନ୍ତ କୁମାର। ନିଶାନ୍ତ କୁମାର ହେଉଛନ୍ତି ଜନନାୟକ କର୍ପୁରୀ ଠାକୁରଙ୍କ ବିଚାରଧାରା ଏବଂ ନୀତିଶଙ୍କ କାର୍ଯ୍ୟଶୈଳୀର ଉତ୍ତରାଧିକାରୀ।

Related Post