ଏଗାରଟି ପାଣି ଟାଙ୍କି, ବ୍ୟବହୃତ ସାମଗ୍ରୀ ଓ ଗୋଟିଏ ପିକଅପ୍ ଗାଡି ଜବତ
ଖୁବ୍ ମଜାରେ ଚାଲିଥିଲା ସୁପ୍ରିମ୍ କମ୍ପାନୀ ନାଁର ଡୁପ୍ଲିକେଟ ପାଣି ଟାଙ୍କି ତିଆରି କାରଖାନା । ତେବେ ସେହି କାରଖାନା ଉପରେ ଚଢାଉ କରିଛି ବୀରମିତ୍ରପୁର ପୋଲିଶ l ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ତୁଳସୀ ନଗର ଅଞ୍ଚଳରେ ଚାଲୁଥିଲା ଏହି ଡୁପ୍ଲିକେଟ କମ୍ପାନୀ କାରଖାନା l ତେବେ ସୁପ୍ରିମ୍ କମ୍ପାନୀ ପକ୍ଷରୁ ବୀରମିତ୍ରପୁର ଥାନାରେ ଏ ନେଇ ଲିଖିତ ଅଭିଯୋଗ ହୋଇଥିଲା l ଅଭିଯୋଗ ପାଇବା ପରେ ଆକ୍ସନ୍ ମୁଡ୍ ରେ ଆସିଥିଲା ବୀରମିତ୍ରପୁର ପୋଲିଶ ଏବଂ କମ୍ପାନୀ ଉପରେ ଅତର୍କିତ ଭାବେ କରିଥିଲା ଚଢାଉ । ଟାଙ୍କି ତିଆରି କରିବାରେ ବ୍ୟବହୃତ ହେଉଥିବା ବିଭିନ୍ନ ସାମଗ୍ରୀ ସହ ପ୍ରାୟ ୧୧ ଟି ସୁପ୍ରିମ୍ ନାଁ ଲେଖା ହୋଇଥିବା ଡୁପ୍ଲିକେଟ ପାଣି ଟାଙ୍କି ସହ ଗୋଟିଏ ପିକଅପ୍ ଗାଡି ଜବତ କରିଛି ପୋଲିଶ l ଅନ୍ୟପଟେ କମ୍ପାନୀ ମାଲିକ ସତୀଶ କୁମାର ଫେରାର୍ ହୋଇ ଯାଇଥିବା ନେଇ ପୋଲିଶ ସୁଚନା ଦେଇଛି l ତେବେ ଏହି କମ୍ପାନୀ କେବଳ କୁଆଁରମୁଣ୍ଡା ଅଞ୍ଚଳରେ ରହିଛି ନା ଆଉ କେଉଁ କେଉଁ ଅଞ୍ଚଳରେ ଏଭଳି ଡୁପ୍ଲିକେଟ କାମ କରୁଛି ତାର ଅଧିକ ଖୋଳତାଡ଼ କରୁଛି ବୀରମିତ୍ରପୁର ପୋଲିଶ l
ସୁନ୍ଦରଗଡ଼ ରୁ ରଞ୍ଜିତ ରାଉତଙ୍କ ରିପୋର୍ଟ ।