Breaking News
ଅପରାଧ

ଦୁଷ୍କର୍ମକାରୀ ବାବା ରାମରହିମଙ୍କୁ ପୁଣି ୪୦ ଦିନିଆ ପାରୋଲ୍

ଦୁଷ୍କର୍ମକାରୀ ବାବା ରାମରହିମଙ୍କୁ ପୁଣି ୪୦ ଦିନିଆ ପାରୋଲ୍

ରୋହତକ: ସିର୍ସାସ୍ଥିତ ଆଶ୍ରମରେ ଦୁଇଜଣ ଶିଷ୍ୟାଙ୍କୁ ବଳାତ୍କାର କରିବା ଅଭିଯୋଗରେ ରୋହତକର ସୁନାରିୟା ଜେଲରେ ୨୦ ବର୍ଷର ସଜା କାଟୁଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ହରିୟାଣା ସରକାର ପୁଣିଥରେ ୪୦ଦିନିଆ ପାରୋଲ ମଞ୍ଜୁର କରିଛନ୍ତି। ସେ ଆଜି ସକାଳ ସାଢ଼େ ୬ଟା ସମୟରେ ଜେଲରୁ ବାହାରିଥିବା ଜଣାଯାଇଛି। ସେ ସିର୍ସାସ୍ଥିତ ନିଜର ଡେରା ଅଭିମୁଖେ ଯାଇଥିବାର ସୂଚନା ରହିଛି। ଏହା ପୂର୍ବରୁ ଗତ ଏପ୍ରିଲ୍ ମାସରେ ମଧ୍ୟ ତାଙ୍କୁ ୨୧ ଦିନିଆ ପାରୋଲ ମିଳିଥିଲା। ପଞ୍ଚକୁଲା (ହରିୟାଣା) ର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ବିବାଦୀୟ ଧର୍ମଗୁରୁ ଗୁରୁମିତ ରାମରହିମଙ୍କୁ ୨୦୦୨ ମସିହାରେ ହୋଇଥିବା ସମ୍ବାଦିକ ରାମ ଚନ୍ଦର ଛତ୍ରପତିଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଗତ ୧୧ ତାରିଖରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ତାଙ୍କ ସହିତ ଅନ୍ୟ ୩ ଜଣଙ୍କୁ ମଧ୍ୟ ଏହି ମାମଲାରେ ଆଜୀବନ ଜେଲଦଣ୍ଡ ମିଳିଥିଲା। ୨୦୦୨ ମସିହା ନଭେମ୍ବର ୨୧ ତାରିଖରେ ତାଙ୍କ ନିର୍ଦ୍ଦେଶରେ ସାମ୍ବାଦିକ ରାମ ଚନ୍ଦର ଛତ୍ରପତିଙ୍କୁ ଶୀର୍ଷା ଜିଲ୍ଲାରେ ଗୁଳି କରି ହତ୍ୟା କରାଯାଇଥିଲା । ଜଣେ ସାଧ୍ବୀଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଗୁରମିତ୍ ରାମ ରହିମ ସିଂହ ଏହି ଜେଲ୍ ଦଣ୍ଡ ଭୋଗୁଛନ୍ତି । ଏହି ମାମଲାରେ ୨୦୧୭ ମସିହା ଅଗଷ୍ଟ ମାସରେ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମଙ୍କୁ ସିବିଆଇର ସ୍ୱତନ୍ତ୍ର ଅଦାଲତ ଦୋଷୀ ସାବ୍ୟସ୍ତ କରିଥିଲେ। 

Related Post