Breaking News
ଖେଳ

ରାଜ୍ୟ କନିଷ୍ଠ ଓ ଉପକନିଷ୍ଠ ସନ୍ତରଣ ଉଦ୍‌ଯାପିତ: ଅଭିନବ ଓ ଅଂଶିକା ଶ୍ରେଷ୍ଠ: ଖୋର୍ଦ୍ଧା-ଭୁବନେଶ୍ବର ବିଜେତା

ରାଜ୍ୟ କନିଷ୍ଠ ଓ ଉପକନିଷ୍ଠ ସନ୍ତରଣ ଉଦ୍‌ଯାପିତ: ଅଭିନବ ଓ ଅଂଶିକା ଶ୍ରେଷ୍ଠ: ଖୋର୍ଦ୍ଧା-ଭୁବନେଶ୍ବର ବିଜେତା

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ସନ୍ତରଣ ସଂଘ ଓ କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ ଇନ୍‌ଡୋର୍ ଆକ୍ବାଟିକ୍ ସେଣ୍ଟର୍‌ରେ ଆୟୋଜିତ ୬୫ତମ ରାଜ୍ୟ କନିଷ୍ଠ ଓ ଉପକନିଷ୍ଠ ସନ୍ତରଣ ପ୍ରତିଯୋଗିତା ଶୁକ୍ରବାର ଉଦ୍‌ଯାପିତ ହୋଇଛି। ଏହି ୩ଦିନିଆ ସନ୍ତରଣ ପ୍ରତିଯୋଗିତାର ଖୋର୍ଦ୍ଧା-ଭୁବନେଶ୍ବର ଜିଲ୍ଲା ଦଳଗତ ବିଜେତା ହୋଇଥିଲା ବେଳେ କିଟ୍‌-କିସ୍‌ ଉପବିଜେତା ହୋଇଛି। ବ୍ୟକ୍ତିଗତର ବର୍ଗରେ ଖୋର୍ଦ୍ଧାର ଅଭିନବ କୁମାର ସିଂହ, ଅଂଶିକା ଆରାଧନା ସାହୁ, ସାଇ ସ୍ବରୂପ ସ୍ବାଇଁ, ଧାନ୍‌ବୀ ଭୌମିକ, ସାଇ ଅକ୍ଷୟ ଓ ସହିତା ଘୋଷ ବିଜେତା ଟ୍ରଫି ହାତେଇଥିଲେ। ପୁରୁଷ ଓ ମହିଳାର ଶ୍ରେଷ୍ଠ ସନ୍ତରଣକାରୀ ହୋଇଛନ୍ତି ଖୋର୍ଦ୍ଧା-ଭୁବନେଶ୍ବରର ଅଭିନବ କୁମାର ସିଂହ ଓ ଅଂଶିକା ଆରାଧାନା ସାହୁ।  ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ କ୍ରୀଡ଼ା ଓ ଯୁବସେବା ସଚିବ ସଚିନ ରାମଚନ୍ଦ୍ର ୟାଦବ ଏବଂ ସମ୍ମାନୀୟ ଅତିଥି ଭାବେ କ୍ରୀଡ଼ା ନିର୍ଦେଶକ ୟେଦୁଲା ବିଜୟ, ଓଡ଼ିଶା ହକି ବିକାଶ ପରିଷଦ ସିଇଓ ଦୀପଙ୍କର ମହାପାତ୍ର, କ୍ରୀଡ଼ା ବିଭାଗ ଅତିରିକ୍ତ ସଚିବ ବିଜୟ କୁମାର ସ୍ବାଇଁ, ଯୁଗ୍ମ ସଚିବ ବିଜୟାନନ୍ଦ ନାୟକ ଉପସ୍ଥିତ ରହି ପୁରସ୍କାର ବଣ୍ଟନ କରିଥିଲେ। ଓଡ଼ିଶା ରାଜ୍ୟ ସନ୍ତରଣ ସଂଘ ସମ୍ପାଦକ ଗୋଲାପମଣି ମହାନ୍ତ, କୋଷାଧ୍ୟକ୍ଷ ବିଜୟ କୁମାର ଦୀକ୍ଷିତ, ଯୁଗ୍ମ ସମ୍ପାଦକ ଲକ୍ଷ୍ମୀଚନ୍ଦ୍ର ମହାକୁଡ଼, ଉପସଭାପତି ଅକ୍ଷୟ କୁମାର ପ୍ରଧାନ ଓ ରବୀନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Related Post