Breaking News
ଖେଳ

ମାଞ୍ଚେଷ୍ଟର ଟେଷ୍ଟରେ ଇଂଲଣ୍ଡର ଦମଦାର୍ ପ୍ରଦର୍ଶନ

ମାଞ୍ଚେଷ୍ଟର ଟେଷ୍ଟରେ ଇଂଲଣ୍ଡର ଦମଦାର୍ ପ୍ରଦର୍ଶନ

ମାଞ୍ଚେଷ୍ଟର: ମାଞ୍ଚେଷ୍ଟର ଟେଷ୍ଟରେ ଭାରତ ବିପକ୍ଷରେ ଇଂଲଣ୍ଡ ସ୍ଥିତି ମଜବୁତ ରହିଛି। ଗୁରୁବାର ମ୍ୟାଚ୍ ର ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଦଳ ଦୁଇଟି ୱିକେଟ୍ ହରାଇ ୨୨୫ ରନ୍ ହାସଲ କରିଛି। ଖେଳ ଶେଷ ହେବା ବେଳକୁ ଓଲି ପୋପ୍ ୨୦ ରନ୍ ଏବଂ ଜୋ ରୁଟ୍ ୧୧ ରନ୍ କରି ଅପରାଜିତ ଫେରିଛନ୍ତି। ବେନ୍ ଡକେଟ ୯୪ ରନ୍ ଏବଂ ଜ୍ୟାକ୍ କ୍ରାଉଲି ୮୪ ରନ୍ କରି ଆଉଟ୍ ହୋଇଥିଲେ। ଉଭୟ ୧୬୬ ରନ୍ ର ଓପନିଂ ପାର୍ଟନରସିପ୍ ଖେଳିଥିଲେ। ଭାରତୀୟ ଦଳ ସକାଳେ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ୨୬୪/୪ ସ୍କୋର ସହିତ ଖେଳିବା ଆରମ୍ଭ କରିଥିଲା ଏବଂ ୩୫୮ ରନ୍ ରେ ଅଲଆଉଟ୍ ହୋଇଯାଇଥିଲା। ୱିକେଟ୍ କିପର ରିଷଭ ପନ୍ତ (୫୪ ରନ୍) ଆହତ ହେବା ସତ୍ତ୍ୱେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିଲେ। କେବଳ ଏତିକି ନୁହେଁ, ସେ ଏକ ଅର୍ଦ୍ଧଶତକ ମଧ୍ୟ ପୂରଣ କରିଥିଲେ।ପନ୍ତଙ୍କ ବ୍ୟତୀତ ସାଇ ସୁଦର୍ଶନ ୬୧, ଯଶସ୍ୱୀ ଜୟସ୍ୱାଲ ୫୮ ଏବଂ ଶାର୍ଦ୍ଦୁଳ ଠାକୁର ୪୧ ରନ୍ ହାସଲ କରିଥିଲେ। ବେନ୍ ଷ୍ଟୋକ୍ସ ୫ ୱିକେଟ୍ ନେଇଥିଲେ। ଜୋଫ୍ରା ଆର୍ଚର ମୋଟ୍ ୩ ୱିକେଟ୍ ନେଇଥିଲେ। ବୁଧବାର ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

Related Post