Breaking News
ଦେଶ- ବିଦେଶ

ବ୍ରେକ୍‌-ଅପ୍‌ ପରେ ପୂର୍ବତନ ବାନ୍ଧବୀଙ୍କୁ ଅଫିସ୍‌ ଭିତରେ ଛୁରୀଭୁସି ହତ୍ୟା

ବ୍ରେକ୍‌-ଅପ୍‌ ପରେ ପୂର୍ବତନ ବାନ୍ଧବୀଙ୍କୁ ଅଫିସ୍‌ ଭିତରେ ଛୁରୀଭୁସି ହତ୍ୟା

ମୋହାଲି: ପଞ୍ଜାବର ମୋହାଲିରେ ଏକ ଭୟଙ୍କର ଘଟଣା କ୍ୟାମେରାରେ କଏଦ ହୋଇଛି ଯେଉଁଠାରେ ଜଣେ ଯୁବତୀଙ୍କୁ ତାଙ୍କ ସହକର୍ମୀ ବ୍ରେକଅପ୍ ପରେ ଛୁରୀରେ ଆକ୍ରମଣ କରି ହତ୍ୟା କରିଛନ୍ତି। ମହିଳାଙ୍କୁ ଛୁରୀରେ ଆକ୍ରମଣ କରିବା ପରେ ଅଭିଯୁକ୍ତ ଜଣକ ଆତ୍ମହତ୍ୟା କରିବାକୁ ମଧ୍ୟ ଚେଷ୍ଟା କରିଥିଲା। ଅଭିଯୁକ୍ତ ଛୁରୀରେ ନିଜକୁ ଆଘାତ ଦେଇଥିବାବେଳେ ତାକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଗୁରୁବାର ଦିନ ଏହି ଘଟଣା ଘଟିଥିଲା। ସୂଚନାଯୋଗ୍ୟ, ପୂର୍ବତନ ବାନ୍ଧବୀ ଡିମ୍ପଲ ମୋହାଲି ସେକ୍ଟର ୬୬ ସ୍ଥିତ ତାଙ୍କ କାର୍ଯ୍ୟାଳୟରେ କାମ କରୁଥିଲେ। ହଠାତ୍ ଅଭିଯୁକ୍ତ ହରବିନ୍ଦର ମାନ ଓରଫ ହ୍ୟାରି ପଛରୁ ଆସି ତାଙ୍କୁ ଛୁରାମାଡ଼ କରିବାକୁ ଲାଗିଲା। ଡିମ୍ପଲ ଖସିଯିବାକୁ ଚେଷ୍ଟା କରିଥିଲେ। ତାଙ୍କର କିଛି ସହକର୍ମୀ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ହରବିନ୍ଦର ଡିମ୍ପଲଙ୍କୁ ଛୁରାମାଡ଼ କରି ଚାଲିଥିଲା। ପରେ ହରବିନ୍ଦର ନିଜ ଗଳା କାଟିବାକୁ ଚେଷ୍ଟା କରିଥିଲା। ଏହି ସମ୍ପୂର୍ଣ୍ଣ ଘଟଣାଟି ସିସିଟିଭିରେ କଏଦ ହୋଇଥିଲା। ପରେ ଦୁଇଜଣଙ୍କୁ ଫୋର୍ଟିସ୍ ହସ୍ପିଟାଲକୁ ନିଆଯାଇଥିଲା। ଡିମ୍ପଲଙ୍କର ମୃତ୍ୟୁ ହୋଇଥିବାବେଳେ ହରବିନ୍ଦରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

Related Post