ଫତେଗଡ଼ ସାହିବ: ବୈଶାଖୀରେ ଶ୍ରୀ ଆନନ୍ଦପୁର ସାହିବରେ ପୂଜାର୍ଚ୍ଚନା କରି ଫେରୁଥିବା ତୀର୍ଥଯାତ୍ରୀଙ୍କ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଫତେଗଡ଼ ସାହିବର ଭଟେରି ଗ୍ରାମ ନିକଟରେ ଏହି ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାସ୍ଥଳେ ୬ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ୨୫ରୁ ଅଧିକ ଆହତ ହୋଇଛନ୍ତି। ଗୁରୁତର ଆହତ ଦୁଇଜଣଙ୍କୁ ଚଣ୍ଡିଗଡ଼ ପିଜିଆଇ ରେଫର କରାଯାଇଛି। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।
Breaking News
- ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର, କାରଣ ଅସ୍ପଷ୍ଟ: କୁତ୍ରା: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ କଟଙ୍ଗଝରିଆ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି । ଜଣେ ୧୮ ବର୍ଷୀୟା ଯୁବତୀଙ୍କ ଝୁଲନ୍ତା ଅବସ୍ଥାରେ ଶବ ଉଦ୍ଧାର ହୋଇଛି। ମୃତକାଙ୍କ ନାମ ଭଗବତଈ ସିଂ ବୋଲି ଜଣାପଡିଛି ।
- ହାଇୱାକୁ ପଛ ପଟୁ ଧକ୍କା ଦେଲା ଆମ୍ବୁଲାନ୍ସ,, ୩ କର୍ମଚାରୀ ଗୁରୁତର: ଭଦ୍ରକ: ଭଦ୍ରକର ଚରମ୍ପା ଠାରେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଠିଆ ହୋଇଥିବା ଏକହାଇୱା ଟ୍ରକ୍ କୁ ପଛ ପଟୁ ଧକ୍କା ଦେଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ଭିତରେ ଥିବା ୩ କର୍ମଚାରୀ ଗୁରୁତର। ଦୁର୍ଘଟଣାର ଏକ ଘଣ୍ଟା ପରେ ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀର ସହାୟତାରେ ଉଦ୍ଧାର ହେଲେ ଆମ୍ବୁଲାନ୍ସ କର୍ମଚାରୀ। ଗୁରୁତର ୩ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିଲା। ସେଠାରେ ସେମାନଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ରାତି ପ୍ରାୟ ସାଢେ ଗୋଟାଏ ବେଳେ ୧୬
- ୧୧ଟି ରାଜ୍ୟରେ ବର୍ଷା ସତର୍କତା ଜାରି:ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ ବର୍ଷା ଏବଂ ଝଡ଼ବର୍ଷା ଜାରି ରହିଛି। ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶ, ପଶ୍ଚିମବଙ୍ଗ, ପଞ୍ଜାବ-ହରିୟାଣା, ଆସାମ, କେରଳ, ତ୍ରିପୁରା ଏବଂ ନାଗାଲାଣ୍ଡ ସମେତ ୧୧ଟି ରାଜ୍ୟରେ ପ୍ରବଳ ବର୍ଷା ଏବଂ ପ୍ରବଳ ପବନ ସତର୍କ କରାଯାଇଛି। ଏହି ରାଜ୍ୟଗୁଡ଼ିକରେ ବଜ୍ରପାତ ସତର୍କତା ଜାରି କରାଯାଇଥିବାବେଳେ, ରାଜସ୍ଥାନ, ଛତିଶଗଡ଼ ଏବଂ ଓଡ଼ିଶା ଭଳି ରାଜ୍ୟ ପାଇଁ ଆଜି ଏବଂ ଆଜି ପାଇଁ ହିଟ୍ୱେଭ୍ ଚେତାବନୀ ଜାରି କରାଯାଇଛି।ପାଣିପାଗ ବିଭାଗ ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ସଂଲଗ୍ନ ଏନସିଆର ପାଇଁ ଏକ ସତର୍କତା ଜାରି କରିଛି। ଆଇଏମଡି ଅନୁଯାୟୀ ଆଜି ସକାଳେ ଦିଲ
- ସେୟାର ବଜାରରେ ହାହାକାର: ନୂଆଦିଲ୍ଲୀ: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ବିଫଳ ହେବା ଯୋଗୁଁ ଆଜି ଘରୋଇ ବଜାରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ପ୍ରାରମ୍ଭିକ କାରବାରରେ BSE ସେନସେକ୍ସ ୧୬୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇଥିଲା ଯେତେବେଳେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି୫୦ ସୂଚକାଙ୍କ ୪୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇଥିଲା। ସକାଳ ୯ଟା ୧୮ରେ ସେନସେକ୍ସ ୭୫,୯୩୭.୧୬ ପଏଣ୍ଟରେ କାରବାର କରୁଥିଲା, ଯାହା ୧୬୧୩.୦୯ ପଏଣ୍ଟ କିମ୍ବା ୨.୦୮% ହ୍ରାସ ପାଇଥିଲା। ନିଫ୍ଟି ୪୬୯.୬୫ ପଏଣ୍ଟ କିମ୍ବା ୧.୯୫% ହ୍ରାସ ପାଇ ୨୩,୫୮୦.୯୫ ପଏଣ୍ଟରେ ପହଞ୍ଚିଥିଲା।
- ଗ୍ୟାସ୍ ଟାଙ୍କି ଫାଟି ଜଣେ ମୃତ:ରଣପୁର: ଗତକାଲି ନୟାଗଡ଼ ଜିଲ୍ଲା ରଣପୁର ଏନ୍ଏସି ଅଞ୍ଚଳରେ ଗ୍ୟାସ୍ ଟାଙ୍କି ଫାଟି ଗୋଟିଏ ପରିବାରର ୬ଜଣ ଗୁରୁତର ହୋଇଥିଲେ। ଏମ୍ସ ଭୁବନେଶ୍ୱର ସମସ୍ତଙ୍କର ଚିକିତ୍ସା ଚାଲିଥିବା ବେଳେ ଆଜି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଗୀତାରାଣୀ ମହାନ୍ତି(୫୯)। ଆଜି ଭୋର୍ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।
- dsfkds hfkjhsdkjfds
Related Post
Stay Connected
ନିଉଜ ଆଲର୍ଟ
Subscribe To Our Newsletter
No spam, notifications only about news updates.
Don’t worry, we don’t spam