Breaking News
ବଡ଼ ଖବର

ଦିଲ୍ଲୀ ବିଶ୍ବବିଦ୍ୟାଳୟ ଅଧ୍ୟାପିକାଙ୍କୁ ହତ୍ୟା, ପରିଚିତ ବ୍ୟକ୍ତି ହତ୍ୟାକାଣ୍ଡ ଘଟାଇଥିବା ପୁଲିସର ସନ୍ଦେହ

ଦିଲ୍ଲୀ ବିଶ୍ବବିଦ୍ୟାଳୟ ଅଧ୍ୟାପିକାଙ୍କୁ ହତ୍ୟା, ପରିଚିତ ବ୍ୟକ୍ତି ହତ୍ୟାକାଣ୍ଡ ଘଟାଇଥିବା ପୁଲିସର ସନ୍ଦେହ

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ବବିଦ୍ୟାଳୟର ୪୩ ବର୍ଷୀୟା ଜଣେ ଅଧ୍ୟାପିକାଙ୍କୁ ପୂର୍ବ ଦିଲ୍ଲୀରବସୁନ୍ଧରା ଏନକ୍ଲେଭ୍‌ରେ ହତ୍ୟା କରାଯାଇଥିବା ଗୁରୁବାର ଅପରାହଣରେ ପୁଲିସ କହିଛି। ଦେବୋସ୍ମିତା ପଲ୍‌ ନାମକ ଏହି ମହିଳା ଜଣକ ଶିବାଜୀ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ। ସେ ପୂର୍ବ ଦିଲ୍ଲୀର ବସୁନ୍ଧରା ଏନକ୍ଲେଭରେ ଥିବା ସତ୍ୟମ ଆପାର୍ଟମେଣ୍ଟରେ ଏକୁଟିଆ ରହୁଥିବାବେଳେ ତାଙ୍କ ସ୍ୱାମୀ ବେଙ୍ଗାଲୁରୁରେ ରୁହନ୍ତି। ଦେବସ୍ମିତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି, ତାଙ୍କର ଦୁଇ ହାତରେ କ୍ଷତ ରହିଛି। ତାଙ୍କ ମୁହଁ ଓ ଶରୀରରେ ଆଘାତ ଚିହ୍ନ ମୃତ୍ୟୁ ପୂର୍ବରୁ ଦେବୋସ୍ମିତାଙ୍କର ହତ୍ୟାକାରୀ ସହିତ ଧସ୍ତାଧସ୍ତି ହୋଇଥିବା ସୂଚିତ କରୁଛି। ଘର ଭିତରେ ଜୋରଜବରଦସ୍ତି ପ୍ରବେଶର କୌଣସି ଲକ୍ଷଣ ନଥିବାରୁ ହତ୍ୟାକାରୀର ଦେବୋସ୍ମିତଙ୍କ ସହିତ ପୂର୍ବରୁ ପରିଚିତ ଥିଲା ବୋଲି ପୁଲିସ କହିଛି। ପୁଲିସ କହିଛି ଯେ, ଅପରାହ୍ଣ ପ୍ରାୟ ୨ଟା ୩୫ ମିନିଟ ସମୟରେ ନ୍ୟୁ ଅଶୋକ ନଗର ପୁଲିସ ଷ୍ଟେସନରେ ଏକ ଫୋନ୍ ଆସିଥିଲା। ୪୯ ବର୍ଷୀୟ ଦେବରତୀ ପଲ୍ ପୁଲିସକୁ ଫୋନ୍‌ କରି ତାଙ୍କ ଭଉଣୀଙ୍କ ମୃତଦେହ ମିଳିଥିବାର ସୂଚନା ଦେଇଥିଲେ।

Related Post