Breaking News
ବଡ଼ ଖବର

ବିଭାଗ ବଣ୍ଟନରେ ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଲେ କର୍ଣ୍ଣାଟକ ମନ୍ତ୍ରୀ

ବିଭାଗ ବଣ୍ଟନରେ ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଲେ କର୍ଣ୍ଣାଟକ ମନ୍ତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଡି କେ ଶିବକୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ମାତ୍ର ଦୁଇ ଦିନ ହୋଇଥିବାବେଳେ ତାଙ୍କ ବ୍ୟାବିନେଟ୍‌ରୁ ଜଣେ ମନ୍ତ୍ରୀ ଇସ୍ତଫା ଦେଇ ହଇଚଇ ସୃଷ୍ଟି କରିଛନ୍ତି। କଂଗ୍ରେସ ନେତା ରାମଲିଙ୍ଗା ରେଡ୍ଡୀ ଶୁକ୍ରବାର ମନ୍ତ୍ରିପଦରୁ ଇସ୍ତଫା ଦେଇଛନ୍ତି। ରେଡ୍ଡୀ କହିଛନ୍ତି ଯେ, ସେ ତାଙ୍କ ବିବେକ ବିରୋଧରେ କାମ କରିବେ ନାହିଁ। ରାଜ୍ୟ କ୍ୟାବିନେଟରେ ବିଭାଗ ବଣ୍ଟନକୁ ନେଇ ରେଡ୍ଡୀ ଅସନ୍ତୁଷ୍ଟ ଥିଲେ। ରେଡ୍ଡୀ ବେଙ୍ଗାଲୁରୁ ବିକାଶ ବିଭାଗ ଚାହୁଁଥିବାବେଳେ, ତାଙ୍କୁ ବୃହତ୍ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ପାଇଁ ମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଥିଲା। ରେଡ୍ଡୀ କହିଛନ୍ତି , ସେ ଏହି ଅପମାନକୁ କେତେଦିନ ସହ୍ୟ କରିଥାନ୍ତେ ଓ ଇସ୍ତଫା ବ୍ୟତୀତ ତାଙ୍କ ପାଖରେ କିଛି ବିକଳ୍ପ ନଥିଲା। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶିବକୁମାର ଗୁରୁବାର ମନ୍ତ୍ରୀପଦ ବଣ୍ଟନ କରିଥିଲେ। କଂଗ୍ରେସ ସାମ୍ବାଦିକ ସମ୍ମିଳନୀ ମଝିରେ ରେଡ୍ଡୀଙ୍କୁ ମନାଇବାକୁ ଚେଷ୍ଟା କରିଥିଲେ ମଧ୍ୟ, ସେ ତାଙ୍କ ନିଷ୍ପତ୍ତିରେ ଅଟଳ ରହିଥିଲେ। ତେବେ ସେ କଂଗ୍ରେସ ଦଳରେ ଅଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ରେଡ୍ଡୀ କହିଛନ୍ତି ସେ କେବେବି ମନ୍ତ୍ରିପଦ ମାଗି ନଥିଲେ କିମ୍ବା ଲବି କରି ନଥିଲେ। ସେ ଏମ୍‌ ବିରପ୍ପା ମୋଇଲି ଓ ଏସ୍‌ଏମ୍‌ କ୍ରିଷ୍ଣାଙ୍କ କ୍ୟାବିନେଟ୍‌ରେ ମଧ୍ୟ ମନ୍ତ୍ରୀ ଥିଲେ ବୋଲି କହିଛନ୍ତି।

Related Post