Breaking News
ଅପରାଧ

୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଯୁବକଙ୍କ ମୃତ୍ୟୁ, ବିଦ୍ୟୁତ ବିଭାଗର ଅବହେଳା ଅଭିଯୋଗ

୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଯୁବକଙ୍କ ମୃତ୍ୟୁ, ବିଦ୍ୟୁତ ବିଭାଗର ଅବହେଳା ଅଭିଯୋଗ

ଏରସମା: ତିର୍ତୋଲବ୍ଲକ ଅନ୍ତର୍ଗତ ଇବ୍ରିସିଂହ ପଞ୍ଚାୟତର ପାଟେଣା ଗ୍ରାମର ଯୁବକ ସୋମନାଥ ଦାସ (୧୭) ବିଦ୍ୟୁତ ସ୍ପର୍ଶରେ ମୃତ୍ୟୁବରଣ କରିଥିବା ଘଟଣା ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି। ଘଟଣାକୁ ନେଇ ବିଦ୍ୟୁତ ବିଭାଗର ଚରମ ଅବହେଳା ବିରୋଧରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ସୂଚନା ଅନୁଯାୟୀ, ସୋମନାଥ ସକାଳ ସମୟରେ କେବୁଲ କାମ କରିବା ପାଇଁ ଆସିଥିଲେ। କେବୁଲ ମାଲିକ ବିବେକାନନ୍ଦ ଦାସଙ୍କ ଡାକରେ ସେ ବେଉଁଳ ଗ୍ରାମ ନିକଟରେ ଥିବା ଏକ ବରଗଛ ଉପରକୁ ଚଢ଼ିଥିଲେ। ତେବେ ସେହି ବରଗଛ ମଧ୍ୟରେ ୧୧ କେଭି ବିଦ୍ୟୁତ ତାର ଲାଗି ରହିଥିବା ବିଷୟରେ ସେ ଅବଗତ ନଥିଲେ। କାମ କରୁଥିବା ବେଳେ ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଭାବେ ପୋଡ଼ି ଯାଇଥିଲେ।

Related Post